Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଦେଶୀ ବନ୍ଧୁକ ଦେଖାଇ ଡରାଉଥିଲେ: ଧରିନେଲା ପୁଲିସଅଭିଯୁକ୍ତ ଯୁବକ ଗିରଫ l

 



 ଯୁଯୁମୁରା ଥାନା ଅନ୍ତର୍ଗତ ବସିଆପଡ଼ା ଗାଁରେ ଦେଶୀ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରଜତ ବୁଡ଼େକ।

ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ସନ୍ଧ୍ୟା ସମୟରେ ଅଭିଯୁକ୍ତ ରଜତ ହାତରେ ଏକ ଦେଶୀ ବନ୍ଧୁକ ଧରି ଗାଁରେ ବୁଲୁଥିଲା। ଏହା ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏ ନେଇ ଗ୍ରାମର ହେମନ୍ତ ମାଝୀ ଯୁଯୁମୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ଯୁଯୁମୁରା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ ରଜତକୁ କାବୁ କରିବା ସହ ତା' ପାଖରୁ ସେହି ଦେଶୀ ବନ୍ଧୁକଟିକୁ ଜବତ କରିଛି। ଆଜି ପୁଲିସ ପକ୍ଷରୁ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS